ଚର୍ଚ୍ଚିତ ଅଭିନେତ୍ରୀ ରୀତା ଭାଦୁରୀଙ୍କ ପରଲୋକ

ଟିଭି ଓ ସିନେମାରେ ଅଭିନୟ କରିଥିବା ରୀତା ଭାଦୁରୀଙ୍କର ଆଜି ସକାଳୁ ମୃତ୍ୟୁ ଘଟିଛି । ଲୋକପ୍ରିୟ ଟିଭି ସିରିୟଲ୍ ‘କୁମକମ୍’ ର ଅଭିନେତା ଶିଶିର ଶର୍ମା ଏହି ନ୍ୟଜକୁ ସୋସିଆଲ ମିଡିଆରେ ସେୟାର କରିବା ସହିତ ଗଭୀର ଦୁଃଖ ପ୍ରକାଶ କରିଛନ୍ତି । ୬୨ ବର୍ଷିୟା ରୀତାଙ୍କୁ କିଡ୍‌ନୀ ଜନିତ ସମସ୍ୟା ଥିବାର ଡାକ୍ତର ରିପୋର୍ଟ ଦେଇଥିଲେ । ପରନ୍ତୁ ଅସୁସ୍ଥ ଅବସ୍ଥାରେ ମଧ୍ୟ ସେ ସୁଟିଂ ସେଟକୁ ଆସି କାମ କରୁଥିଲେ ଓ ଅନ୍ୟ ସମୟରେ ବିଶ୍ରାମ କରୁଥିଲେ ।

actress-rita-bhaduri-

 

୧୯୭୦ ମସିହାରେ ବଲିଉଡ ଜଗତରେ କ୍ୟାରିୟର ଆରମ୍ଭ କରିଥିବା ରୀତା ଟେଲିଭିଜନ ସିରିଏଲ୍ ସାରା ଭାଇ ଭର୍ସେସ୍ ସାରା ଭାଇ, ଅମାନତ, ଏକ ନୟୀ ପେହ୍ଚାନ୍ ଏବଂ ଅନେକ ବାଇବେଲ୍ କାହାଣୀରେ ଅଭିନୟ କରିଛନ୍ତି । ମୃତ୍ୟୁ ପୁର୍ବରୁ ସେ ଷ୍ଟାର ଭାରତରେ ପ୍ରସାରିତ ସିରିଏଲ୍ ‘ନିମକି ମୁଖିଆ’ ରେ ଦାଦୀ ମା ଇମର୍ତ୍ତି ଦେବୀ ଚରିତ୍ରରେ ଅଭିନୟ କରୁଥିଲେ । ରୀତାଙ୍କ ମୃତ୍ୟୁ ପରେ ବଲିଉଡ ଜଗତ ଓ ସିରିଏଲ ଜଗତରେ ଶୋକର ଛାୟା ଦେଖିବାକୁ ମିଳୁଛି ।

Comments are closed.