ସାକ୍ଷରତା ପାଇଁ ୯୬ ବର୍ଷିୟା ବୃଦ୍ଧା ଦେଲେ ପରୀକ୍ଷା

କଥାରେ ଅଛି, ଇଛା ଥିଲେ ଉପାୟ ଆପେ ଆସେ । ଯଦି ମଣିଷ କିଛି କରିବା ପାଇଁ ଲକ୍ଷ୍ୟ ରଖି ଆଗେଇ ଆସେ, ତାଆଗରେ ବୟସ ମଧ୍ୟ ହାର ମାନି ଯାଏ । ଏହିପରି ଏକ ଆଶ୍ଚର୍ଯ୍ୟଜନକର ଘଟଣା ଦେଖିବାକୁ ମିଳିଛି କେରଳ ରାଜ୍ୟରେ । ଯେଉଁଠି ସାକ୍ଷରତା ପାଇବା ପାଇଁ ବୟସକୁ ଖାତିର ନକରି ୯୬ ବର୍ଷରେ ପରୀକ୍ଷା ଦେଇଛନ୍ତି ବୃଦ୍ଧା । କରଥିୟାନି ଅମ୍ମା ନାମକ ଏହି ବୃଦ୍ଧା ମହିଳାଙ୍କୁ କେରଳର ଚେପାଦ୍ ସରକାରୀ ବିଦ୍ୟାଳୟରେ ପରୀକ୍ଷା ଦେବା ପାଇଁ ଅନୁମତି ମିଳିଥିଲା । ସବୁ ବିଷୟରେ ୧୦୦ ମାର୍କ ଆଣିବା ପାଇଁ ଚେଷ୍ଟା କରୁଥିବା ଏହି ବୃଦ୍ଧା ଶେଷରେ ସଫଳତାର ଶୀର୍ଷରେ ପହଞ୍ଚିପାରିଛନ୍ତି ।

Comments are closed.