‘ଛିଛୋରେ’ ଶ୍ରେଷ୍ଠ ଚଳଚ୍ଚିତ୍ର , ୩ ଓଡିଆ ଫିଲ୍ମକୁ ଜାତୀୟ ପୁରସ୍କାର

ମୁମ୍ବାଇ,୨୨ ।୩: ୬୭ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର-୨୦୧୯ ଆଜି ଘୋଷିତ ହୋଇଛି । ଏଥିରେ ‘ଛିଛୋରେ’ ସର୍ବଶ୍ରେଷ୍ଠ ହିନ୍ଦୀ ଚଳଚ୍ଚିତ୍ର ହୋଇଛି । ଛିଛୋରେର ମୁଖ୍ୟ ନାୟକ ଥିଲେ ଦିବଂଗତ ସୁଶାନ୍ତ ସିଂ ରାଜପୁତ । ସେହିପରି ଫିଲ୍ମ ମଣିକର୍ଣ୍ଣିକା ଓ ପଙ୍ଗା ପାଇଁ କଙ୍ଗନା ରାଣାୱାତ୍ ଶ୍ରେଷ୍ଠ ଅଭିନେତ୍ରୀ ହୋଇଛନ୍ତି ।

ମନୋଜ ବାଜପେୟୀ ଓ ଧୁନଷ ଯୁଗ୍ମ ଭାବେ ଶ୍ରେଷ୍ଠ ଅଭିନେତା ହୋଇଛନ୍ତି । ଭୋସଁଲେ ଚଳଚ୍ଚିତ୍ର ପାଇଁ ମନୋଜ ବାଜପେୟୀ ଶ୍ରେଷ୍ଠ ଅଭିନେତା ହୋଇଛନ୍ତି । ଅସୁରନ୍ ପାଇଁ ଧନୁଷଙ୍କୁ ମଧ୍ୟ ଶ୍ରେଷ୍ଠ ଅଭିନେତାର ପୁରସ୍କାର ମିଳିଛି ।

ଶ୍ରେଷ୍ଠ ଗୀତିକାର ଭାବେ ପ୍ରଭା ବର୍ମା ପୁରସ୍କାର ପାଇବେ । ‘ଜାଲିକାଟ୍ଟୁ’ ପାଇଁ ଗିରୀଶ ଗଙ୍ଗାଧରନ ହୋଇଛନ୍ତି ଶ୍ରେଷ୍ଠ ସିନେମାଟୋଗ୍ରାଫର । ଚଳଚ୍ଚିତ୍ର ଉପଯୋଗୀ ରାଜ୍ୟ ଭାବେ ସିକ୍କିମକୁ ଜାତୀୟ ପୁରସ୍କାର ମିଳିବ । ଅଣଫିଚର ଫୀଲ୍ମ ବର୍ଗରେ ଶ୍ରେଷ୍ଠ ସଙ୍ଗୀତ ନିର୍ଦ୍ଦେଶକ କ୍ରାନ୍ତିଦର୍ଶୀ । ସେହିପରି ଶ୍ରେଷ୍ଠ ଚଳଚ୍ଚିତ୍ର ସମୀକ୍ଷକ ଭାବେ ସୋହିନୀ ଚଟ୍ଟୋପାଧ୍ୟାୟ ଓ କେଶରୀ ଫିଲ୍ମ ପାଇଁ ବି.ପ୍ରାକ୍ ଶ୍ରେଷ୍ଠ ପ୍ରଚ୍ଛଦପଟ୍ଟ ଗାୟକ ହୋଇଛନ୍ତି ।

ତେବେ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପାଇଁ ୩ ଓଡିଆ ଫିଲ୍ମ ମନୋନୀତ ହୋଇଛି । ‘ଶଲାବୁଢାର ବଦଲା’ ଓ ‘କାଲିର ଅତୀତ’ ଶ୍ରେଷ୍ଠ ଓଡିଆ ଚଳଚ୍ଚିତ୍ର ହୋଇଛି । ଉଭୟ ଓଡିଆ ଫିଲ୍ମ ଯୁଗ୍ମ ଭାବେ ଶ୍ରେଷ୍ଠ ବିବେଚିତ ହୋଇଛି । ନନ୍ ଫିଚର ବର୍ଗରେ ଓଡିଆ ଫିଲ୍ମ ‘ଶ୍ରୀକ୍ଷେତ୍ରରୁ ସାହିଯାତ’ ରହିଛି ।

Comments are closed.