ରାଜ୍ୟରେ ଆଜି ପୁଣି ୪୫୨ ପଜିଟିଭ ଚିହ୍ନଟ

ଭୁବନେଶ୍ୱର : ରାଜ୍ୟରେ କରୋନା ସଂକ୍ରମଣ ପୁଣି ବଢ଼ିବାରେ ଲାଗିଛି । ଏହା ମଧ୍ୟରେ ପଜିଟିଭଙ୍କ ସଂଖ୍ୟା ୪୦୦ ଟପିଛି । ଆଜି ପୁଣି ପଜିଟିଭଙ୍କ ସଂଖ୍ୟା ୪୫୨ ଟପିଛି । ଆଜି ପୁଣି ୪୫୨ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ସଙ୍ଗରୋଧରୁ ୨୬୭ ଓ ସ୍ଥାନୀୟ ଅଞ୍ଚଳରୁ ୧୮୫ ଜଣ ଚିହ୍ନଟ ହୋଇଛନ୍ତି । ଏହି କ୍ରମରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୪୨ ହଜାର ୨୨୪ ରେ ପହଞ୍ଚିଛି । ରାଜ୍ୟରେ ସୁସ୍ଥ ସଂଖ୍ୟା ୩ ଲକ୍ଷ ୩୭ ହଜାର ୪୩୦ ରହିଥିବା ବେଳେ ୨୮୨୦ ଜଣ ଚିକିତ୍ସିତ ହେଉଛନ୍ତି । ଏନେଇ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ତେବେ ଆଜି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୭୭ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେହିପରି ସୁନ୍ଦରଗଡ଼ରୁ ୭୫, ନୂଆପଡ଼ାରୁ ୭୧, କଳାହାଣ୍ଡିରୁ ୨୯, କଟକରୁ ୨୬, ବରଗଡ଼ରୁ ୧୯, ଝାରସୁଗୁଡ଼ାରୁ ୧୭, ଷ୍ଟେଟପୁଲରୁ ୧୭, ବଲାଙ୍ଗିରରୁ ୧୫ , ଗଞ୍ଜାମରୁ ୧୩, ଅନୁଗୁଳରୁ ୧୨, ପୁରୀରୁ ୧୧, ମୟୂରଭଞ୍ଜରୁ ୧୦, ସମ୍ବଲପୁରରୁ ୧୦, ଯାଜପୁର ଓ ନବରଙ୍ଗପୁରରୁ ୮ ଜଣ ଲେଖାଏଁ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

Comments are closed.