୪୦ଲକ୍ଷ ଟଙ୍କା ମୂଲ୍ୟର ବ୍ରାଉନ୍‌ସୁଗାର ଜବତ, ଜଣେ ଗିରଫ

ମୟୁରଭଞ୍ଜ, ବିଶ୍ୱଜିତ୍ ମହାନ୍ତି : ଜିଲ୍ଲା ବାରିପଦା ଟାଉନ ପୋଲିସକୁ ମିଳିଛି ବଡ ସଫଳତା । ୪୦ଲକ୍ଷଟଙ୍କା ମୂଲ୍ୟର ବ୍ରାଉନ୍‌ସୁଗାର ଜବତ କରିବା ସହ ଜଣକୁ ଗିରଫ କରାଯାଇଛି । ଏନେଇ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ମୟୂରଭଞ୍ଜ ଏସପି ପରମାର ସ୍ମିଥ ପୁରୁଷତ୍ତୋମ ଦାସ । ଘଟଣାରୁ ପ୍ରକାଶ ଯେ, ଏକ ବିଶେଷ ସୁତ୍ରରୁ ଖବର ପାଇ ବାରିପଦା ଟାଉନ ପୋଲିସ ସହ ସ୍ୱତନ୍ତ୍ର ସ୍କ୍ୱାର୍ଡ ତକତପୁର ସ୍ଥିତ କାଳିମନ୍ଦିର ଗଳିରେ ଅତର୍କୀତ ଚଢଉ କରି ଗୋବିନ୍ଦ ଚନ୍ଦ୍ର ପାଲ(୩୩)ଙ୍କୁ ଗିରଫ କରିବା ସହ ତାଙ୍କ ନିକଟରୁ ୪୧୭ ଗ୍ରାମର ବ୍ରାଉନ୍‌ସୁଗାର ଜବତ କରିଥିଲେ । ଏଥିସହ ତାଙ୍କ ନିକଟରୁ ନଗଦ୍ ୩୪ହଜାର ଟଙ୍କା ଓ ୨ଟି ମୋବାଇଲ ଫୋନ୍ ଜବତ କରାଯାଇଥିଲା । ଅଭିଯୁକ୍ତ ଗୋବିନ୍ଦ ପୂର୍ବରୁ ମଧ୍ୟ ବ୍ରାଉନ୍‌ସୁଗାର ବେପାର କରି ଗିରଫ ହୋଇଥିବା ଜଣାଯାଇଛି । ଏନେଇ ବାରିପଦା ଟାଉନଥାନାରେ ଏକ ମାମଲା ରୁଜୁ ହୋଇଥିବାବେଳେ ବାରିପଦା ଟାଉନଥାନା ଅଧିକାରୀ ବିରେନ୍ଦ୍ର କୁମାର ସେନାପତିଙ୍କ ନେତୃତ୍ୱରେ ସବଇନ୍ସପେକ୍ଟର ମାନିନୀ ପ୍ରଧାନ ଓ ରଞ୍ଜନ କୁମାର ବେହେରା ପ୍ରମୁଖ ସାମିଲ ହୋଇଥିଲେ ।

Comments are closed.