୫୦ ବର୍ଷପରେ ଉଦ୍ଧାର ଯବାନଙ୍କ ମୃତ ଶରୀର

୧୯୬୮ ଫେବୃୟାରୀ ୭ରେ ହୋଇଥିବା ବାୟୁସେନା ବିମାନ ଦୁର୍ଘଟଣାରେ ମୃତ୍ୟୁ ବରଣ କରିଥିବା ଯବାନଙ୍କର ମୃତଦେହ ହିମାଚଳପ୍ରଦେଶର ଢାକା ଗ୍ଲାସିୟର ବେସ କ୍ୟାମ୍ପରୁ ମିଳିଛି । ଯାହାକୁ ଜୁଲାଇ ୧ରେ ଏକ ପର୍ବତ ଆରୋହୀ ଠାବ କରିଛନ୍ତି । ଖବର ଅନୁସାରେ, ୧୯୬୮ରେ ଭାରତୀୟ ବାୟୁସେନାର AN-12 ବିମାନ ୧୦୨ କର୍ମଚାରୀଙ୍କୁ ନେଇ ଚଣ୍ଡିଗଡ଼ରୁ ଲେହ ଅଭିମୁଖେ ଉଡ଼ାଣ ଆରମ୍ଭ କରିଥିଲା, ପରନ୍ତୁ ପ୍ରତିକୂଳ ପାଣିପାଗ ଯୋଗୁଁ ସମସ୍ତ ଯୋଗାଯୋଗ ବିଚ୍ଛିନ୍ନ ହୋଇ ନିଖୋଜ ହୋଇଥିଲା । ପରେ ବିମାନଟି ହିମାଚଳର ଲେହୁଲ ଭ୍ୟାଲିରେ ଦୁର୍ଘଟଣାର ଶିକାର ହୋଇଥିଲା । ଯାହାକି ଗତ ଜୁଲାଇ ୧ରେ ଇଣ୍ଡିଆନ୍ ମାଉଣ୍ଟେନିୟରିଂ ଫାଉଣ୍ଡେଶନ ପକ୍ଷରୁ ସେଠାରେ ଏକ ସ୍ବଚ୍ଛତା ଅଭିଯାନ କରୁଥିବାବେଳେ ବିମାନର ସନ୍ଧାନ ପାଇବା ସହିତ ଯବାନଙ୍କ ମୃତ ଶରୀର ଠାବ କରାଯାଇଛି ।

Comments are closed.