କାଲିଠୁ ଏହି ସହରରେ ୧୨ ଘଣ୍ଟିଆ ନାଇଟ୍‌ କର୍ଫ୍ୟୁ

ପୁଣେ : ସାରା ଦେଶରେ କରୋନା ସଂକ୍ରମଣ ବଢିବାରେ ଲାଗିଛି । ଏହାକୁ ଦୃଷ୍ଟିରେ ରଖି କାଲିଠୁ ୧୨ ଘଣ୍ଟିଆ ନାଇଟ୍‌ କର୍ଫ୍ୟୁ ଘୋଷଣା ହୋଇଛି। ପୁଣେ ସହରରେ ଆସନ୍ତାକାଲିଠୁ ଅର୍ଥାତ ଏପ୍ରିଲ ୩ ତାରିଖରୁ ସନ୍ଧ୍ୟା ୬ରୁ ସକାଳ ୬ଟା ଯାଏଁ ନାଇଟ୍‌ କର୍ଫ୍ୟୁ ଲାଗୁ କରାଯାଇଛି।

ଏଥିସହ ଆଗାମୀ ୭ ଦିନ ପାଇଁ ସହରର ସମସ୍ତ ହୋଟେଲ, ବାର୍‌ ଓ ରେସ୍ତୋରାଁକୁ ବନ୍ଦ କରାଯାଇଛି। ଖାଦ୍ୟ ହୋମ୍ ଡେଲିଭରି ପାଇଁ ଅନୁମତି ରହିଛି। ବିବାହ ଓ ଅନ୍ତିମ ସଂସ୍କାର ବ୍ୟତୀତ ଅନ୍ୟ ସବୁ ସାମାଜିକ କାର୍ଯ୍ୟକ୍ରମକୁ ବାରଣ କରାଯାଇଛି। ବିବାହରେ ୫୦, ଅନ୍ତିମ ସଂସ୍କାରରେ ସର୍ବାଧିକ ୨୦ ଜଣ ଲୋକଙ୍କୁ ଅନୁମତି ରହିଛି। ସେହିପରି ଧାର୍ମିକସ୍ଥଳ ମଧ୍ୟ ୭ ଦିନ ପାଇଁ ସଂପୂର୍ଣ୍ଣ ବନ୍ଦ ରଖିବାକୁ ନିର୍ଦ୍ଦେଶ ରହିଛି।

ତେବେ ଏହାପୂର୍ବରୁ କରୋନାର ବଢ଼ୁଥିବା ସଂକ୍ରମଣକୁ ଦୃଷ୍ଟିରେ ରଖି ଛତିଶଗଡ଼ ଦୁର୍ଗ ଜିଲ୍ଲା ସଂପୂର୍ଣ୍ଣ ଲକଡାଉନ୍ ଘୋଷଣା କରାଯାଇଛି। ଏପ୍ରିଲ୍ ୬ରୁ ୧୪ ଯାଏଁ ଲକଡାଉନ୍‌ ଘୋଷଣା କରିଛନ୍ତି ଜିଲ୍ଲପାଳ। କରୋନା ସଂକ୍ରମଣ ବୃଦ୍ଧି ପରେ ଜିଲ୍ଲାପାଳ ନିଷ୍ପତ୍ତି ନେଇଛନ୍ତି। ଏହି ସମୟରେ ଜରୁରୀ ସେବା ବ୍ୟତୀତ ଅନ୍ୟ ସବୁ କାଯର୍ୟକ୍ରମକୁ ସଂପୂର୍ଣ୍ଣ ବାରଣ କରାଯାଇଛି।

Comments are closed.