କାର୍ ରୁ ୯ କେଜି ଗଞ୍ଜେଇ ଜବତ କଲା ନୂଆଗାଁ ପୁଲିସ

ନୟାଗଡ, ପୁଷ୍ପଲତା ପ୍ରଧାନ : ନୂଆଗାଁ ଥାନା ଅଧିନସ୍ଥ ୫୭ ନଂ ଜାତୀୟ ରାଜପଥ ପଞ୍ଚୁପାଣ୍ଡବ ପୀଠ ନିକଟରେ ଏକ ଦୁର୍ଘଟଣା ଗ୍ରସ୍ତ କାର ରୁ ନୂଆଗାଁ ପୁଲିସ୍ ୯ କେଜି ଗଞ୍ଜେଇ ଜବତ କରିଛି । ସୂଚନା ଅନୁଯାୟୀ ଏକ ଇଣ୍ଡିକୋ କାର ନଂ ( ଓଡ଼ି ୦୨ ୱାଇ ୨୭୧୦) ଦଶପଲ୍ଲା ଦେଇ ନୟାଗଡ ଅଭିମୁଖେ ଯାଉଥିବା ବେଳେ ନୂଆଗାଁ ଥାନା ଅଧିନସ୍ଥ ପଞ୍ଚୁପାଣ୍ଡବ ପୀଠ ନିକଟରେ ଭାରସାମ୍ୟ ହରାଇ ଏକ ଇଲେକ୍ଟ୍ରି ପୋଲ କୁ ଧକ୍କା ଦେବା ଫଳରେ ସିରିଟି ଗୁଡା ର ଭାଗବତ ବେହେରା ଓ ଯୋସିଆ ଦିଗଲ୍ ଗୁରୁତର ହୋଇଥିଲେ । ଘଟଣା ସ୍ଥଳରେ ନୂଆଗାଁ ପୁଲିସ୍ ପହଞ୍ଚି ଗୁରୁତର ଦୁଇ ଜଣଙ୍କୁ ୧୦୮ ଆମ୍ବୁଲାନ୍ସ ଏବଂ ଦମକଳ ସାହାଯ୍ୟରେ ନୟାଗଡ ମୁଖ୍ୟ ଚିକିତ୍ସାଳୟ କୁ ପଠାଇଥିଲେ। ନୂଆଗାଁ ପୁଲିସ୍ ଗାଡ଼ି କୁ ଯାଞ୍ଚ କରିବା ରେ ଗାଡ଼ି ଭିତରେ ୧ କେଜି ୯ ଟି ପ୍ୟାକେଟ ଗଞ୍ଜେଇ ଥିବା ଜଣାପଡିଥିଲା।ଗାଡ଼ି ସହିତ ୯ କେଜି ଗଞ୍ଜେଇ ନୂଆଗାଁ ପୁଲିସ୍ ଜବତ କରିଛି।

Comments are closed.