ଦୋକାନ ଭିଅତରକୁ ଟ୍ରକ ପଶି ୨ ମୃତ, ୨ଗୁରୁତର

କେନ୍ଦୁଝର, ସଂଗ୍ରାମ କେଶରୀ ମିଶ୍ର : ଶୁଆ କାଟୀ ଶିବ ମନ୍ଦିର ପାଖରେ ଥିବା ଏକ ତେଜରାତୀ ଦୋକାନରେ ପଶି ଗଲା ଟ୍ରକ। ଶୁଆକାଟୀ ସ୍ଥିତ ଓଏମସି ଖଣି ଜାଗର କଣ୍ଟାକୁ ଆଇରନ ଲୋଡ କରିବାକୁ ଯାଉଥିବା ସମୟରେ ଏକ ତେଜରାତି ଦୋକାନରେ ପଶିଗଲା ଟ୍ରକ । ଦୋକାନରେ କିଛି ଲୋକ ଜିନିଷ କିଣୁଥିବା ବେଳେ ଅଳ୍ପକେ ବର୍ତ୍ତି ଯାଇଥିବା ବେଳେ ଦୋକାନର ମାଲିକ ଦୋଳଗୋବିନ୍ଦ ସାହୁଙ୍କ ଘଟଣାସ୍ଥଳରେ ହିଁ ତାଙ୍କ ମୃତ୍ୟୁ ଘଟିଥିଲା । ଘଟଣାରେ ଟ୍ରକର ହେଲପର ଗୁରୁତର ହେବାରୁ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କୁ ନିଆଯାଇଥିଲା, ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ହଦଗଡ ଅଞ୍ଚଳର ଡ୍ରାଇଭର ଶରତ ନାଏକ ଏବଂ ଦଅଁଳା ଗ୍ରାମର ସେଲ୍ସ ମ୍ୟାନ ମାଛୁ ବେହେରା ଙ୍କୁ ଗୁରୁତର ଅବସ୍ଥାରେ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରେ ଭର୍ତ୍ତି କରାଯାଇଛି । ଦୁର୍ଘଟଣା ପରେ ଉତ୍ତେଜିତ ଲୋକେ ଟାୟାର ଜାଳି ରାସ୍ତା ଅବରୋଧ କରିଥିଲେ । ଖବର ପାଇ ପୋଲିସ ଘଟଣା ସ୍ଥଳକୁ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିଥିଲା । ଏଠାରେ ଓଏମସି ଖଣିରୁ ପ୍ରତିଦିନ ଶହ ଶହ ଟ୍ରକ ଖଣିଜ ପଦାର୍ଥ ପରିବହନ କରିବା ଫଳରେ ପ୍ରତ୍ୟେକ ଦିନ ଛୋଟ ବଡ ଦୁର୍ଘଟଣାର ସମ୍ମୁଖିନ ହେଉଛନ୍ତି ସାଧାରଣ ଲୋକେ । ଓଏମସି ବାଇପାସ ରାସ୍ତା ନିର୍ମାଣ କରି ଖଣିଜ ପଦାର୍ଥ ପରିବହନ କରୁ ବୋଲି ଉତ୍ୟକ୍ତ ଲୋକେ ଅଡି ବସିବା ସହ ମୃତ ବ୍ୟକ୍ତିଙ୍କୁ କ୍ଷତିପୂରଣ ଯୋଗାଇ ଦିଆଯାଉ ବୋଲି ଦାବି କରିଥିଲେ ।

Comments are closed.