ସ୍ପଟ୍ ଫିକ୍ସିଂରେ ବନ୍ଧା ହେଲେ ୨ କ୍ରିକେଟର

ବେଙ୍ଗାଲୁରୁ : କର୍ଣ୍ଣାଟକ ପ୍ରିମିୟର ଲିଗ୍ ସ୍ପଟ୍ ଫିକ୍ସିଂ ମାମଲାରେ ପୁଣି ବନ୍ଧା ହେଲେ ଦୁଇ କ୍ରିକେଟର । ପ୍ରଥମ ଶ୍ରେଣୀ କ୍ରିକେଟର ତତା କେପିଏଲରେ ବେଲାରୀ ଟସ୍କରର ନେତୃତ୍ୱ ନେଉଥିବା ସିଏମ ଗୌତମ ଓ ତାଙ୍କ ପୂର୍ବତନ କର୍ଣ୍ଣାଟକା ଦଳର ସହଯୋଗୀ ଅବରାର କାଜିଙ୍କୁ ଆଜି କେନ୍ଦ୍ରୀୟ କ୍ରାଇମ ବ୍ରାଞ୍ଚ ଗିରଫ କରିଛି । ଏହି ଦୁଇ ଖେଳାଳି ମନ୍ଥର ବ୍ୟାଟିଂ ପାଇଁ ୨୦ଲକ୍ଷ ଟଙ୍କା ନେଇଥିବା ସୂଚନା ମିଳିଛି । କେପିଏଲ ଫାଇନାଲରେ ହୁବଲୀ ଓ ବେଲାରୀ ଟିମ୍ ଭିତରେ ଫିକ୍ସି ହୋଇଥିଲା । ଏଥିରେ ହୁବଲି ଟାଇଗର ୮ ରନ୍‌ରେ ବିଜୟୀ ହୋଇଥିଲା ।

ଉଲ୍ଲେଖଯୋଗ୍ୟ ଯେ କେପିଏଲ ଫିକ୍ସିଂ ଦୁର୍ନୀତିରେ ଏପର୍ଯ୍ୟନ୍ତ ୬ଜଣ ଗିରଫ ହୋଇସାରିଲେଣି । ଏହା ସହ ବେଙ୍ଗାଲୁରୁ ବିପକ୍ଷ ମ୍ୟାଚରେ ମଧ୍ୟ ଏହି ଦୁଇ ଖେଳାଳି ଫିକ୍ସିଂ କରିଥିବା ତଦନ୍ତ ବେଳେ ଜଣାପଡିଛି ।

Comments are closed.