ମହାରାଷ୍ଟ୍ରରେ ଡିଲ୍ ଫାଇନାଲ୍: ସରକାର ଗଢିବାକୁ ଶିବସେନାକୁ ବାହାରୁ ସମର୍ଥନ କରିବ କଂଗ୍ରେସ

ମୁମ୍ବାଇ: ମହାରାଷ୍ଟ୍ରରେ ସରକାର ଗଢିବାକୁ ଚାଲିଥିବା ରାଜନୀତିର ଆଜି ଅନ୍ତ ଘଟିଛି । ସୂତ୍ରରୁ ଖବର ମିଳିଛି କି, ଶିବସେନାକୁ ସରକାର ଗଢିବାକୁ ବାହାରୁ ସମର୍ଥନ କରିବ କଂଗ୍ରେସ । ଏହା ପରିବର୍ତ୍ତେ ବାଚସ୍ପତିର ପଦବୀ ଦାବି କରିପାରେ କଂଗ୍ରେସ ।
ତେବେ ମହାରାଷ୍ଟ୍ରରେ ସରକାର ଗଢିବାରେ କଂଗ୍ରେସ ସମେତ ଏନସିପି ମଧ୍ୟ ସମର୍ଥନ ଦେବ । ଏନେଇ ଶିବସେନା ମୁଖ୍ୟ ଉଦ୍ଧବ ଠାକରେ ଆଜି କଂଗ୍ରେସ ଅଧ୍ୟକ୍ଷ ସୋନିଆ ଗାନ୍ଧୀଙ୍କ ସହ ଫୋନରେ କଥା ହୋଇଥିଲେ । ଫୋନରେ ଦୁହିଁଙ୍କ ମଧ୍ୟରେ ସରକାର ଗଢିବାକୁ ନେଇ ଖୁବ୍ ଆଲୋଚନା ହୋଇଥିବା ଜଣାପଡିଛି ।

ଅନ୍ୟପଟେ ସରକାର ଗଠନର ପ୍ରସ୍ତୁତି ପାଇଁ ଏନସିପିକୁ ୨୪ ଘଣ୍ଟାର ସମୟ ମାଗିପାରେ ଶିବସେନା । ସେହିପରି ନିଜ ଦଳର କେହି ବରିଷ୍ଠ ନେତା ମୁଖ୍ୟମନ୍ତ୍ରୀ ହୁଅନ୍ତୁ ବୋଲି ଶିବସେନା ଚାହୁଁଛି ।

Comments are closed.