ମରିଗଲା ମଣିଷ ପଣିଆ: କାର ପଛରେ କୁକୁରକୁ ବାନ୍ଧି ରାସ୍ତାରେ ଘୋସାଡିଲା ଦୁବୃର୍ତ୍ତ, ଭିଡିଓ ଭାଇରାଲ

ଉଦୟପୁର: ଉଦୟପୁରରେ ମରିଯାଇଛି ମାନବିକତା, ଯାହାର ଏକ ଦୃଶ୍ୟ ଏବେ ଦେଖିବାକୁ ମିଳିଛି । ସୋସିଆଲ ମିଡିଆରେ ଏକ ଭିଡିଓ ଭିଡିଓ ଭାରରାଲ ହେବାରେ ଲାଗିଛି, ଯେଉଁଥିରେ ଜଣେ କାର ଚାଳକ ନିଜ କାର ପଛରେ ଗୋଟିଏ କୁକୁରକୁ ଦଉଡିରେ ବାନ୍ଧି ରାସ୍ତାରେ ଘୋସାଡି ନେଉଛି । RJ 27-CA-7595 ନମ୍ବରର କାର ଚାଳକ ନିଜ କାରରେ କୁକୁରକୁ ବାନ୍ଧି ନେଉଥିବା ଜଣାପଡିଛି । ସୋସିଆଲ ମିଡିଆରେ ଏହି ଭିଡିଓ ଭାଇରାଲ ହେବା ପରେ ପଶୁପକ୍ଷୀ ସଂରକ୍ଷଣ ପାଇଁ କାମ କରୁଥିବା ସଂସ୍ଥା ଆଗକୁ ଆସିଛି ।

ଆନିମଲ ଏଡ୍ ସଂସ୍ଥା ଦ୍ୱାରା ଉଦୟପୁରର ସୁଖେର ଥାନାରେ ସେହି ଚାଳକଙ୍କ ବିରୋଧରେ ମାମଲା ରୁଜୁ ହୋଇଛି । ପୋଳିସର ଯାଞ୍ଚ ପରେ ଜଣାପଡିଲା କି, ଯେଉଁ କାରରେ କୁକୁରକୁ ଘୋସଡାଯାଇଥିଲା ସେହି କାରଟି ମରାମତି ପାଇଁ ଗ୍ୟାରେଜରେ ରଖାଯାଇଥିଲା । ସେହି ଗ୍ୟାରେଜ ପାଖରେ ଗୋଟିଏ କୁକୁର ମରିଥିଲା । ଯାହାକୁ ଅନ୍ୟତ୍ର ନେଇ ପିଙ୍ଗିବା ପାଇଁ ଗ୍ୟାରେଜ ମାଲିକ ଦ୍ୱାରା କୁକୁରକୁ କାରର ପଛରେ ବନ୍ଧାଯାଇଥିଲା । ତେବେ ପ୍ରକୃତରେ କୁକୁରଟି ମରିଥିଲା ନା ଜିବନ୍ତ ଅବସ୍ଥାରେ ତାକୁ କାର ପଛରେ ବନ୍ଧା ଯାଇଥିଲା, ସେନେଇ ତଦନ୍ତ ଜାରି ରହିଛି ।

Comments are closed.