ଅଯୋଧ୍ୟା ମାମଲାରେ ସୁପ୍ରିମକୋର୍ଟଙ୍କ ଐତିହାସିକ ରାୟ

ନୂଆଦିଲ୍ଲୀ :  ଅଯୋଧ୍ୟା ମାମଲାକୁ ନେଇ ଆଜି ଐତିହାସିକ ରାୟ ଶୁଣାଇଛନ୍ତି ସୁପ୍ରିମକୋର୍ଟ । ମୁସଲମାନ ମାନଙ୍କୁ ଦିଆଯିବ ଅନ୍ୟ ଏକ ସ୍ଥାନ । ମୁସଲମାନ ପକ୍ଷଙ୍କୁ ବିକଳ୍ପ ସ୍ଥାନ ଯୋଗାଇ ଦେବାକୁ ସୁପ୍ରିମକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ । ସୁନି ୱାକଫ ବୋର୍ଡକୁ ୫ ଏକର ଜମି ଦେବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ସୁପ୍ରିମକୋର୍ଟରେ ଅଯୋଧ୍ୟା ମାମଲାର ରାୟ ଶୁଣାଇଛନ୍ତି ପ୍ରଧାନ ବିଚାରପତି ଜଷ୍ଟିସ ରଞ୍ଜନ ଗୋଗୋଇଙ୍କ ଅଧ୍ୟକ୍ଷତାରେ ଗଠିତ ୫ଜଣିଆ ଖଣ୍ଡପୀଠ । କୋର୍ଟ ନଂ ୧ରେ ଶୁଣାଣି ହୋଇଛି ।

ତେବେ ବିବାଦୀୟ ଜମି ଉପରେ ମନ୍ଦିର ନିର୍ମାଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ । ମନ୍ଦିର ତିଆରି ପାଇଁ ଗଠନ କରାଯିବ ଟ୍ରଷ୍ଟ ବୋର୍ଡ଼ । ତିନି ମାସ ମଧ୍ୟରେ ଏହି ଟ୍ରଷ୍ଟ ବୋର୍ଡ଼ ତିଆରି କରିବେ କେନ୍ଦ୍ର ସରକାର । ଟ୍ରଷ୍ଟ ବୋର୍ଡ଼ରେ ନିର୍ମୋହୀ ଆଖଡ଼ାର ପ୍ରତିନିଧିତ୍ୱ ରହିବ । ଟ୍ରଷ୍ଟ ବୋର୍ଡ଼କୁ ବିବାଦୀୟ ଜମି ହସ୍ତାନ୍ତର କରିବେ କେନ୍ଦ୍ର ସରକାର । ସୁନ୍ନୀ ୱାକିଫ ବୋର୍ଡ଼କୁ ବିକଳ୍ପ ୫ଏକର ଜମି ଅଯୋଧ୍ୟାରେ ଦିଆଯିବାକୁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ରାମ ଜନ୍ମଭୂମି ନ୍ୟାସକୁ ମିଳିବ ବିବାଦୀୟ ଜମି । ସୁପ୍ରିମକୋର୍ଟ ସାମ୍ବିଧାନିକ ଖଣ୍ଡପୀଠର ସର୍ବସମ୍ମତିରେ ଏହିପରି ନିଷ୍ପତ୍ତି ନିଆଯାଇଥିବା ସୂଚନା ମିଳିଛି ।

Comments are closed.