କୁଳଭୂଷଣ ମାମଲା: ସେନା ଆଇନ ବଦଳାଇବ ପାକିସ୍ତାନ

ଇସଲାମାବାଦ: ଭାରତୀୟ ନାଗରିକ କୁଳଭୂଷଣ ଯାଦବଙ୍କ ମାମଲାରେ ଅନ୍ତର୍ଜାତୀୟ ନ୍ୟାୟାଳୟର ନିର୍ଦ୍ଦେଶ ପରେ ନରମିଲା ପାକିସ୍ତାନ । କୁଳଭୂଷଣଙ୍କ ଅଧିକାର ଲାଗି ସେନା ଆଇନରେ ସଂଶୋଧନ କରିବାକୁ ନିଷ୍ପତ୍ତି ନେଇଛି ପାକିସ୍ତାନ । କୁଳଭୂଷଣଙ୍କୁ ବେସାମରିକ କୋର୍ଟରେ ଆବେଦନ ଅଧିକାର ଦେବାକୁ ହେବ । ଏଥିପାଇଁ ପାକିସ୍ତାନକୁ ନିର୍ଦ୍ଦେଶ ଦେଇଥିଲା ଅନ୍ତର୍ଜାତୀୟ ନ୍ୟାୟାଳୟ ।

ଉଲ୍ଲେଖଯୋଗ୍ୟ କି ୪୮ବର୍ଷୀୟ ଯାଦବଙ୍କୁ ୨୦୧୬ରୁ ପାକିସ୍ତାନ ଗିରଫ କରି ରଖିଛି। ତାଙ୍କୁ ଫାଶିଦଣ୍ଡାଦେଶ ପ୍ରଦାନ ପରେ ଭାରତ ଗତ ବର୍ଷ ମେ ୧୮ରେ ଆଇସିଜେର ଦ୍ୱାରସ୍ଥ ହୋଇଥିଲା। ପାକିସ୍ତାନ ଏହି ମାମଲାରେ ଭିଏନ୍ନା ସମ୍ମିଳନୀର ଉଲ୍ଲଙ୍ଘନ ପୂର୍ବକ ଯାଦବଙ୍କୁ କୂଟନୈତିକ ଯୋଗାଯୋଗର ସୁଯୋଗ ଦେଉ ନଥିବା ଯୁକ୍ତି ଦର୍ଶାଇଥିଲା।